Ama Gaon Bhari Sundara
Fill the Form
ଆମ ଗାଁ ଭାରି ସୁନ୍ଦର ୨୦୨୫ – ଅନୁପ୍ରୟୋଗ ପ୍ରକ୍ରିୟା
୧. ଯେଉଁ ଗ୍ରାମଗୁଡ଼ିକ ପ୍ରତିଯୋଗିତାରେ ଭାଗ ନେବାକୁ ଇଚ୍ଛୁକ, ସେମାନେ ଓଡ଼ିଆର୍ଟ ୱାଟସ୍ଏପ୍ନଂ ୯୪୩୭୪୫୩୬୦୦ କିମ୍ବା ୭୬୦୯୯୭୭୬୩୯/ ୯୧୭୮୧୦୯୬୪୧ କୁ ଗାଁର ଠିକଣା, ଗାଁ ପକ୍ଷରୁ ସଂଯୋଜକଙ୍କ ମୋବାଇଲ ନଂ ଦେଇ ୧୩ ଜୁନ, ୨୦୨୫ ମଧ୍ୟରେ ଜଣାଇବେ।
୨. ଭାଗିଦାରମାନେ ସଜ-ବାଜ ଦିନଗ୍ରାମକୁ ସଜାଇବେ, ସମସ୍ତ ଘରକୁ ପରିଷ୍କାର କରିବା ସହିତ ଝୋଟି, ଚିତା ଓ ମୁରୁଜ କରିବେ, ପାରମ୍ପରିକ ଦୋଳି ଓ ଅନ୍ୟାନ୍ୟ ଖେଳ ଖେଳିବେ, ରଜ ସମ୍ପର୍କୀୟ ନାଟକ ବା ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଯେପରିକି ପାଲା, ଦାସକାଠିଆ ଇତ୍ୟାଦି ଗ୍ରାମରେ କରାଯିବ ତାହାସହିତପାନ ସଜାଇବା ଶୈଳୀ, ପାରମ୍ପରିକ ପିଠା ଓ ନୂଆ ସାଢୀ ପିନ୍ଧିବା ।
୩. ସେମାନେ ସଜବାଜ ଦିନ ନିଜ ଗାଁର ୧ ମିନିଟର ଛୋଟ ଭିଡିଓ କରି ଉପରୁକ୍ତ ୱାଟସ୍ଏପ୍ନଂ କୁ ୧୨ଟା ପୂର୍ବରୁ ପଠାଇବେ। ଦିନ ୧୨ଟା ପରେ ପ୍ରାପ୍ତ ହୋଇଥିବା ଭିଡିଓଗୁଡ଼ିକୁ ଗଣନା କରାଯିବ ନାହିଁ।
୪. ସମସ୍ତ ଭିଡିଓକୁ ଓଡ଼ିଆର୍ଟର ସ୍ଥାନୀୟ କମିଟି ଦେଖିବେ ଏବଂ ସେହି ଦିନ ୨୦ଟି ଗ୍ରାମକୁ ଚୟନ କରିବେ, ଏଥିମଧ୍ୟରୁ ୪ ଟି ସର୍ବଶ୍ରେଷ୍ଠ ଗ୍ରାମ ସେମିଫାଇନାଲ୍ ରେ ବିବେଚିତ ହେବେ। ସମୁଦାୟ ୫୦ ମାର୍କରୁ ନିମ୍ନଲିଖିତ ତାଲିକା ମଧ୍ୟରେ ନମ୍ବର ଦିଆଯିବ:
କ. ପାରମ୍ପାରିକ ଝୋଟି, ଚିତା ଏବଂ ପରିଷ୍କାର ଓ ପରିଚ୍ଛନ୍ନତା (୨୦ ନମ୍ବର)
ଖ. ପାରମ୍ପାରିକ ଖେଳ (୧୦ ନମ୍ବର)
ଗ. ପାରମ୍ପାରିକ ପିଠା ଓ ପାନ (୧୦ ନମ୍ବର)
ଘ. ପାରମ୍ପାରିକ ମନୋରଞ୍ଜନ ଯେପରିକି ନାଟକ ଇତ୍ୟାଦି (୧୦ ନମ୍ବର)
୫. ସେମିଫାଇନାଲ୍ କୁ ଆସିଥିବା ଗ୍ରାମଗୁଡିକୁ ବିଚାରକ ମଣ୍ଡଳୀ ପହିଲି ରଜ ଦିନ ପରିଦର୍ଶନ କରିବେ ଓ ସେଥିମଧ୍ୟରୁ ୪ ଟି ଗ୍ରାମକୁ ଫାଇନାଲ୍ କୁ ପଠାଇବେ।
୬. ପ୍ରତ୍ୟେକ ଜିଲ୍ଲାରେ ଏକ ସଂଯୋଜକ ଥିବେ, ଯାହା ସ୍ଥାନୀୟ ଜୁରୀ ଗଠନ କରି ଭିଡିଓଗୁଡ଼ିକୁ ସ୍କ୍ରିନ୍ କରିବେ ଏବଂ ପହିଲି ରଜ ଦିନ ସଂଧ୍ୟାସୁଧା ଗୋଟିଏ ଗ୍ରାମକୁ ଯାଇ “ଆମ ଗାଁ, ଭାରି ସୁନ୍ଦର” ପୁରସ୍କାର ପାଇଁ ଚୟନ କରିବେ।
୭. ପ୍ରତିଷ୍ଠିତ “ଆମ ଗାଁ, ଭାରି ସୁନ୍ଦର” ପୁରସ୍କାର ଚିଲିକା ସେଲଡକ୍ ଆନ୍ତର୍ଜାତୀୟ ମହୋତ୍ସବ ରେ ଦିଆଯିବ ଏବଂ ଏହି ପ୍ରତିଯୋଗିତା ରେ ଯେଉଁ ଗ୍ରାମ ବିଜେତା ହେବେତାଙ୍କୁନଗଦ ରାଶିରେ ପୁରସ୍କୃତ କରାଯିବ।
୮. ବିଜେତା ଗ୍ରାମ ଉପରେ ୧୦ମିନିଟ୍ ର ଡକ୍ୟୁମେଣ୍ଟ୍ରି ଫିଲ୍ମ ତିଆରି କରାଯିବ ଏବଂ ଗ୍ରାମର ପାରମ୍ପରିକ ସଂସ୍କୃତିକୁ ପ୍ରଦର୍ଶନ ପାଇଁ ସରକାରଙ୍କ ପକ୍ଷରେ ସୁପାରିସ୍ କରାଯିବ।